ଆଶ୍ୱିନ କୃଷ୍ଣଅଷ୍ଟମୀ (ଦ୍ବିତୀୟା ଓଷା)। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀଜୀଉ ମାନଙ୍କ ସକାଳ ଧୂପ ବଢ଼ିବା ପରେ ଲକ୍ଷ୍ମୀ (ଶ୍ରୀଦେବୀ) ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିରକୁ ଯିବେ। ସେଠାରେ ପଡ଼ିଥିବା ଖଟ ଉପରେ ବିଜେ ହେବେ ।
ସେଠାରେ ତାଙ୍କର ସ୍ୱତନ୍ତ୍ର ମାଜଣା ଓ ବନକଲାଗି କରାଯିବ । ଶ୍ରୀଦେବୀ ବେଶ ହୋଇ ଅଳଙ୍କାର ଲାଗି ଓ କର୍ପୂର ଲାଗି ହେବେ । ଏହାପରେ ପୂଜାପଣ୍ଡା ଲକ୍ଷ୍ମୀବ୍ରତ କଥା ପାଠ କରିବେ । ବ୍ରତକଥା ପାଠ ପରେ ଭୋଗଓ ବନ୍ଦାପନା କାର୍ଯ୍ୟ କରାଯିବ । ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଉଠିଲେ ଶ୍ରୀଦେବୀ ଲକ୍ଷ୍ମୀ ମନ୍ଦିର ରୁ ରତ୍ନ ସିଂହାସନକୁ ବାହୁଡା ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ସମ୍ପାଦିତ ହେବ।