ଶ୍ରୀମନ୍ଦିରରେ ଆଜି ପାରମ୍ପରିକ ରୀତିରେ ପାଳିତ ହେବ ମୂଳାଷ୍ଟମୀ (ଦ୍ବିତୀୟା ଓଷା) | News Room Odisha

ଶ୍ରୀମନ୍ଦିରରେ ଆଜି ପାରମ୍ପରିକ ରୀତିରେ ପାଳିତ ହେବ ମୂଳାଷ୍ଟମୀ (ଦ୍ବିତୀୟା ଓଷା)

ଆଶ୍ୱିନ କୃଷ୍ଣଅଷ୍ଟମୀ (ଦ୍ବିତୀୟା ଓଷା)। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀଜୀଉ ମାନଙ୍କ ⁠ସକାଳ ଧୂପ ବଢ଼ିବା ପରେ ଲକ୍ଷ୍ମୀ (ଶ୍ରୀଦେବୀ) ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିରକୁ ଯିବେ। ସେଠାରେ ପଡ଼ିଥିବା ଖଟ ଉପରେ ବିଜେ ହେବେ ।

ସେଠାରେ ତାଙ୍କର ସ୍ୱତନ୍ତ୍ର ମାଜଣା ଓ ବନକଲାଗି କରାଯିବ । ଶ୍ରୀଦେବୀ ବେଶ ହୋଇ ଅଳଙ୍କାର ଲାଗି ଓ କର୍ପୂର ଲାଗି ହେବେ । ଏହାପରେ ପୂଜାପଣ୍ଡା ଲକ୍ଷ୍ମୀବ୍ରତ କଥା ପାଠ କରିବେ । ବ୍ରତକଥା ପାଠ ପରେ ଭୋଗଓ ବନ୍ଦାପନା କାର୍ଯ୍ୟ କରାଯିବ । ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଉଠିଲେ ଶ୍ରୀଦେବୀ ଲକ୍ଷ୍ମୀ ମନ୍ଦିର ରୁ ରତ୍ନ ସିଂହାସନକୁ ବାହୁଡା ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ସମ୍ପାଦିତ ହେବ।