ରାଜ୍ୟରେ ଆଉ ୫୬୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ କିଶୋରଙ୍କ ସଂଖ୍ୟା ୬୩ | News Room Odisha

ରାଜ୍ୟରେ ଆଉ ୫୬୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ କିଶୋରଙ୍କ ସଂଖ୍ୟା ୬୩

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୫୬୫ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ଶିଶୁକିଶୋରଙ୍କ ସଂଖ୍ୟା ରହିଛି ୬୩ । ସଙ୍ଗରୋଧରୁ ୩୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ଓ କଟକରୁ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮, ଯାଜପୁରରୁ ୨୮, ମୟୂରଭଞ୍ଜରୁ ୨୬, ଜଗତସିଂହପୁରରୁ ୨୦, ପୁରୀରୁ ୧୨, ସମ୍ବଲପୁରରୁ ୧୧, ଅନୁଗୁଳରୁ ୮, ଭଦ୍ରକରୁ ୬, ସୁନ୍ଦରଗଡରୁ ୬, ଢେଙ୍କାନାଳରୁ ୫, କନ୍ଧମାଳରୁ ୫, ବଲାଙ୍ଗିରରରୁୁ ୪, ଗଞ୍ଜାମରୁ ୪, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୪, କୋରାପୁଟରୁ ୪, ନୂଆପଡାରୁ ୩, ଦେବଗଡରୁ ୩, କଳାହାଣ୍ଡିରୁ ୩, ରାୟଗଡାରୁ ୨, ନୟାଗଡରୁ ୨, ଝାରସୁଗୁଡାରୁ ୨, ବରଗଡରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୨୫ ହଜାର ୮୭୪ କୋରୋନା ପଜିଟିଭ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୨ ହଜାର ୧୧୬ । ସକ୍ରିୟ ମାମଲା ରହିଛି ୫ ହଜାର ୫୧୩ ।