ଲୋକସେବା ଭବନରୁ ଲାପଟପ୍ ଚୋରି ! | News Room Odisha

ଲୋକସେବା ଭବନରୁ ଲାପଟପ୍ ଚୋରି !

ଭୁବନେଶ୍ୱର – ରାଜଧାନୀର ଲୋକସେବା ଭବନରୁ ଲାପଟପ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯୋଜନା ଓ ସଂଯୋଜନା ବିଭାଗରୁ ଲାପଟପ୍ ଚୋରି ହୋଇଛି । ବିଭାଗର ଆଲମିରାରେ ତିନିଟ ଲାପଟପ୍ ଥିବାବେଳେ ସେଥିରୁ ଗୋଟିଏ ଚୋରି ହୋଇଯାଇଛି । ଲାପଟପ୍ ଚୋରି ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।