ପିପିଲିର ସମ୍ବେଦନଶୀଳ ବୁଥ୍‌ରେ କଡା ସୁରକ୍ଷା, ବିଭିନ୍ନ ପୋଲିଂ ବୁଥ୍ ବୁଲି ପୁରୀ ଏସପିଙ୍କ ସ୍ଥିତିର ସମୀକ୍ଷା | News Room Odisha

ପିପିଲିର ସମ୍ବେଦନଶୀଳ ବୁଥ୍‌ରେ କଡା ସୁରକ୍ଷା, ବିଭିନ୍ନ ପୋଲିଂ ବୁଥ୍ ବୁଲି ପୁରୀ ଏସପିଙ୍କ ସ୍ଥିତିର ସମୀକ୍ଷା

ପିପିଲି- ସକାଳ ୭ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ ବିଳମ୍ବିତ ହୋଇଥିଲା । ୪ଟି ବୁଥରେ ଇଭିଏମ ଅଚଳ ହୋଇଯାଇଥିଲା । ଏ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି କିଛି ଭୋଟର ଫେରିଯାଇଥିଲେ । ପରେ ଯାନ୍ତ୍ରିକ ତ୍ରୁଟି ସଜଡା ଯାଇ ଇଭିଏମ ସଚଳ ହେଲା ପରେ ଭୋଟ ଗ୍ରହଣ ପ୍ରକ୍ରିୟା ସ୍ୱାଭାବିକ ହୋଇଛି ।

ଏଥର ପିପିଲିରେ ୩୪୮ ପୋଲିଂ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଭୋଟିଂ ପାଇଁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ପୁରୀ ଏସପି ବିଭିନ୍ନ ପୋଲିଂ ବୁଥ୍ ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି । ଉତ୍ତେଜନା ପ୍ରବଣ ବୁଥ୍‌ଗୁଡିକରେ ସୁରକ୍ଷା କଡାକଡି କରାଯାଇଛି । ବିଏସଏଫ ମୁତୟନ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି ବୋଲି ଏସପି କହିଛନ୍ତି ।