ବିଜେପିରେ ଯୋଗ ଦେଉନାହିଁ, କିନ୍ତୁ କଂଗ୍ରେସ ଛାଡ଼ିବି: ଅମରିନ୍ଦର | News Room Odisha

ବିଜେପିରେ ଯୋଗ ଦେଉନାହିଁ, କିନ୍ତୁ କଂଗ୍ରେସ ଛାଡ଼ିବି: ଅମରିନ୍ଦର

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଛନ୍ତି। ଅମରିନ୍ଦର ବୁଧବାର ଦିନ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ ଅମରିନ୍ଦର କହିଛନ୍ତି ଯେ ସେ ବିଜେପିରେ ଯୋଗଦେଉ ନାହାନ୍ତି, କିନ୍ତୁ କଂଗ୍ରେସରେ ବି ରହିବେ ନାହିଁ।

ଏକ ନ୍ୟୁଜ୍ ଚ୍ୟାନେଲକୁ ଅମରିନ୍ଦର କହିଛନ୍ତି ଯେ ସେ ଆଉ କଂଗ୍ରେସରେ ରହିବେ ନାହିଁ। ମୋ ସହ ଏହିପରି ବ୍ୟବହାର କରାଯାଇ ପାରିବ ନାହିଁ ।
ଅମରିନ୍ଦର ଏକ ଅଣ-ରାଜନୈତିକ ସଂଗଠନ ଗଠନ କରି କରିବା ସମ୍ଭାବନା ରହିଛି ‌‌। ଯଦି କ୍ୟାପଟେନଙ୍କ ନିକଟ ସୂତ୍ରକୁ ବିଶ୍ବାସ କରାଯାଏ, ତେବେ ତାଙ୍କ ଦ୍ଵାରା ଗଠନ ହେବାକୁ ଥିବା ଏହି ସଂଗଠନ ଦିଲ୍ଲୀ ସୀମାରେ ଏକ ବର୍ଷ ଧରି ଚାଲିଆସୁଥିବା କୃଷକଙ୍କ ଆନ୍ଦୋଳନର ସମାଧାନ ବାହାର କରିବାକୁ ଉଦ୍ୟମ କରିବ। ଏହା ପରେ ସେ ପଞ୍ଜାବରେ ଏକ ନୂଆ ରାଜନୈତିକ ଦଳ ଗଢିପାରନ୍ତି ।