ରାଜ୍ୟରେ ପୁଣି ୫ ଶହରୁ ତଳେ ଦୈନିକ କୋରୋନା ସଂକ୍ରମଣ,ଦିନକରେ ୪୭୭ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ପୁଣି ୫ ଶହରୁ ତଳେ ଦୈନିକ କୋରୋନା ସଂକ୍ରମଣ,ଦିନକରେ ୪୭୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୪୭୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୭୮ ଓ ସ୍ଥାନୀୟ ଅଂଚଳରୁ ୧୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୪ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୦୦ ଓ କଟକରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫, ବାଲେଶ୍ୱରରୁ ୨୬, ଭଦ୍ରକରୁ ୬, ବଲାଙ୍ଗିରରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୮, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୩, ଯାଜପୁରରୁ ୧୬, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୭, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୫, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୩, ନୟାଗଡରୁ ୨, ପୁରୀରୁ ୧୬, ସମ୍ବଲପୁରରୁ ୧୧, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୨୬ ହଜାର ୯୫୩ ଲୋକ କୋରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୩ ହଜାର ୧୪୨ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୫୫୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।