ରାଜ୍ୟରେ ଆଉ ୫୨୮ ନୂଆ କୋରୋନା ପଜିଟିଭ, ଶିଶୁ-କିଶୋରଙ୍କ ସଂଖ୍ୟା ୭୩ | News Room Odisha

ରାଜ୍ୟରେ ଆଉ ୫୨୮ ନୂଆ କୋରୋନା ପଜିଟିଭ, ଶିଶୁ-କିଶୋରଙ୍କ ସଂଖ୍ୟା ୭୩

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୩ ଜଣ ଶିଶୁ ଓ କିଶୋର ରହିଛନ୍ତି । ସଙ୍ଗରୋଧରୁ ୩୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଓ କଟକରୁ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୧, ଜଗତସିଂହପୁରରୁ ୨୪, ପୁରୀରୁ ୧୭, ଯାଜପୁରରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୯, ସୁନ୍ଦରଗଡରୁ ୯, କେନ୍ଦ୍ରାପଡାରୁ ୮, ଭଦ୍ରକରୁ ୬, ଗଞ୍ଜାମରୁ ୪, ଝାରସୁଗୁଡାରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ନୟାଗଡରୁ ୨, ସୁବର୍ଣ୍ଣପୁରରୁ ୨, ବରଗଡରୁ ୨, ନବରଙ୍ଗପୁରରୁ ୧, ମାଲକାନଗିରିରୁ ୧, ଅନୁଗୁଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଢ଼ଣ ମୋଟ ୧୦ ଲକ୍ଷ ୨୭ ହଜାର ୯୫୯ ଲୋକ କୋରୋନା ଆକ୍ରାନ୍ତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୪ ହଜାର ୪୧୨ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୨୮୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19