ଭବାନୀପୁର ଉପନିର୍ବାଚନ: ବିପୁଳ ବିଜୟ ଅଭିମୁଖେ ମମତା | News Room Odisha

ଭବାନୀପୁର ଉପନିର୍ବାଚନ: ବିପୁଳ ବିଜୟ ଅଭିମୁଖେ ମମତା

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିପୁଳ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି ଜଣାପଡିଛି। ଦଶ ରାଉଣ୍ଡ ଗଣତି ସୁଦ୍ଧା ମମତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କଠାରୁ ପ୍ରାୟ ୩୨,୦୦୦ ଭୋଟରେ ଆଗୁଆ ଅଛନ୍ତି ।

ଭବାନୀପୁର ବ୍ୟତୀତ ଜାଙ୍ଗିପୁର, ସମସେରଗଞ୍ଜରେ ମଧ୍ୟ ତୃଣମୂଳ କଂଗ୍ରେସ ଅଗ୍ରଣୀ ବଜାୟ ରଖିଛି। ଉପନିର୍ବାଚନର ସମ୍ପୂର୍ଣ୍ଣ ଫଳ ଆସିବାକୁ ଆଉ କିଛି ସମୟ ଲାଗିପାରେ କିନ୍ତୁ ଟିଏମସି କର୍ମଚାରୀମାନେ ଏବେଠୁ ମମତାଙ୍କ ଘର ଓ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ଆରମ୍ଭ କରିସାରିଲେଣି।