ପିପିଲି ଭୋଟ୍ ଗଣତି : ଦଶମ ରାଉଣ୍ଡ ପରେ ବିଜେଡି ୧୦ ହଜାର ୧୩୩ ଭୋଟ୍‌ରେ ଆଗୁଆ | News Room Odisha

ପିପିଲି ଭୋଟ୍ ଗଣତି : ଦଶମ ରାଉଣ୍ଡ ପରେ ବିଜେଡି ୧୦ ହଜାର ୧୩୩ ଭୋଟ୍‌ରେ ଆଗୁଆ

ପିପିଲି – ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଦଶମ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୦ ହଜାର ୧୩୩ ଭୋଟରେ ଆଗୁଆ ରହିଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୮ ହଜାର ୧୮୬ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଛି ୨୮ ହଜାର ୦୫୩ ଭୋଟ୍ । କଂଗ୍ରେସକୁ ମିଳିଛି ୨୨୮୧ ଭୋଟ୍ ।