କୋରୋନା ନେଇ ସବୁ ଆକଳନ ଠିକ୍ ହୁଏ ନାହିଁ : ଡିଏମଇଟି | News Room Odisha

କୋରୋନା ନେଇ ସବୁ ଆକଳନ ଠିକ୍ ହୁଏ ନାହିଁ : ଡିଏମଇଟି

ଭୁବନେଶ୍ୱର – ଦେଶରେ ଏ ଯାଏଁ କୋରୋନାର ତୃତୀୟ ଲହରୀ ଆସିନାହିଁ । ସବୁ ଆକଳନ ଠିକ୍ ହେବ ବୋଲି କହିହେବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଶୀତଦିନରେ ଭିଡ କମ୍ ଯୋଗୁଁ କୋରୋନା ସଂକ୍ରମଣ ବି କମ୍ ରହିବ । କିନ୍ତୁ ଛୋଟ ବଡ ଭୁଲ୍ ବିପଦକୁ ଡାକି ଆଣିପାରେ । ଏବେ କୌଣସି କଟକଣା ନ ଥିବାରୁ ବାହାର ରାଜ୍ୟରୁ ଲୋକେ ଆମ ରାଜ୍ୟକୁ ଆସିବେ । ସେମାନେ ଯାହା ପାଖକୁ ଆସୁଛନ୍ତି, ସେମାନେ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି ।