୨୦୧୪ ବଣାଇ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶ ଓ ଜୋରିମାନା | News Room Odisha

୨୦୧୪ ବଣାଇ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶ ଓ ଜୋରିମାନା

ସୁନ୍ଦରଗଡ – ୨୦୧୪ ମସିହାର ନାବାଳିକା ଗଣଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ପୋକ୍ସ କୋର୍ଟ ଦୁଇ ଅଭିଯୁକ୍ତ ଟୁନୁ ଓରଫ ହରେକୃଷ୍ଣ ଓ ପ୍ରହ୍ଲାଦ କିଷାନକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ବି ଦେବାକୁ ପଡିବ । ଜୋରିମାନା ଅନାଦେୟ ବର୍ଷେ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ମେ ୧୫ ତାରିଖରେ ବଣାଇରେ ଜଣେ ୮ ବର୍ଷିୟ ନାବାଳିକା ଜଣକ ଏକ ବାହାଘର ଭୋଜିକୁ ଯାଇଥିଲେ । ବିଳମ୍ବିତ ରାତିରେ ନାବାଳିକା ଓ ତାଙ୍କର କିଛି ସାଥୀ ନଦୀ ପଠାକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଥିବା ହରେକୃଷ୍ଣ ଓ ପ୍ରହ୍ଲାଦ ସେମାନଙ୍କୁ ଧମକଚମକ ଦେବା ଆକ୍ରମଣ ଉଦ୍ୟମ କରିଥିଲେ । ଟୁନୁ ଓ ପ୍ରହ୍ଲାଦ ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ଏ ଘଟଣା ପରିବାର ଲୋକଙ୍କୁ କହିଲା ପରେ ବଣାଇ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।