ଏମସିଏଲକୁ ବିଧାନସଭା ଗୃହ କମିଟିର ତାଗିଦ 'ପୁନର୍ବାସ ଓ ଥଇଥାନରେ ଟାଳଟୁଳ ନୀତି ଚଳିବ ନାହିଁ' | News Room Odisha

ଏମସିଏଲକୁ ବିଧାନସଭା ଗୃହ କମିଟିର ତାଗିଦ ‘ପୁନର୍ବାସ ଓ ଥଇଥାନରେ ଟାଳଟୁଳ ନୀତି ଚଳିବ ନାହିଁ’

ଝାରସୁଗୁଡା: ଏମସିଏଲ ଦ୍ବାରା ବିସ୍ଥାପିତ ଲୋକଙ୍କ ପ୍ରତି କଂପାନିର ମନୋଭାବକୁ ନେଇ ବିଧାନସଭା କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି | ପୁନର୍ବାସ ଓ ଥଇଥାନ କାର୍ଯ୍ୟ ସଂପୂର୍ଣ ହେବା ପରେ କଟ୍ ଅଫ୍ ଡେଟ୍ ଧାର୍ଯ୍ୟ କରାଯିବ ବୋଲି କମିଟି ଏମସିଏଲ୍ କର୍ତ୍ତୁପଖ୍ୟଙ୍କୁ ସ୍ପଷ୍ଟ ଭାବେ ଶୁଣାଇ ଦେଇଛି ।

ଆଜି ବିଧାନସଭା ଗୃହରେ ଏକ ପୁନର୍ବାସ ଓ ଥଇଥାନ ହାଉସ କମିଟି ,MCL କମ୍ପାନୀ ମାନଙ୍କ ସହିତ ବସିଥିଲା । ଉକ୍ତ ମିଟିଙ୍ଗ ରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ବିଧାୟକ କିଶୋର ମହାନ୍ତି , ପ୍ରୀତି ରଂଜନ ଘଡେଇ , ମୋହନ ମାଝୀ ଓ ସୀମାରାଣି ନାୟକଙ୍କ ସହ ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ଏବଂ କମ୍ପାନୀ ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ | ଏହି ବୈଠକରେ ପୂର୍ବରୁ ଚାଲିଥିବା ଦରଲିପାଲି ଗ୍ରାମର ୪୫ ଦିନ ଧରି ଆନ୍ଦୋଳନ କଥାକୁ ବିଧାୟକ କିଶୋର ମହାନ୍ତି ଉଠାଇ MCL କତ୍ତୃପକ୍ଷଙ୍କୁ ଗୃହରେ ତାଗିତ କରିଥିଲେ । ସେ କହିଥିଲେ ଯେଉଁ ଦିନ MCL ପୁନର୍ବାସ ଓ ଥଇଥାନ ସମ୍ପୁର୍ଣ୍ଣ କରିବ ସେଇ ଦିନ ହି CUT OFF DATE ନିର୍ଧାରିତ ହେବ ଏବଂ ଏହି କଥାକୁ ସମ୍ପୂର୍ଣ୍ଣ ଗୃହ ସମର୍ଥନ କରିଥିଲେ | ଆଉ ରାଜ୍ୟ ସରକାରଙ୍କ ପୁର୍ନବାସ ଓ ଥଇଥାନ ନୀତି ମାନିବାକୁ କଂପାନି ବାଧ୍ୟ ବୋଲି ଗ୍ରୁହ ସୂଚାଇ ଦେଇଥିଲା | MCL ବହୁତ ଗୁଡିଏ ସମସ୍ୟା ରହିଥିବାରୁ ଦଶହରା ଛୁଟି ପରେ ଗୋଟିଏ ଦିନ ପୁନର୍ବାସ ଓ ଥଇଥାନ ହାଉସ କମିଟି ଝାରସୁଗୁଡା ଗସ୍ତ କରିବାକୁ ଉପବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।