ମହାନଦୀରେ ୩ ଭାସିଯିବା ଘଟଣା; ବାପ ପୁଅ ମ୍ରୁତ, ଝିଅ ନିଖୋଜ | News Room Odisha

ମହାନଦୀରେ ୩ ଭାସିଯିବା ଘଟଣା; ବାପ ପୁଅ ମ୍ରୁତ, ଝିଅ ନିଖୋଜ

ସମ୍ବଲପୁର : ଆଜି ଅପରାହ୍ନରେ ସମ୍ବଲପୁରର ମହାନଦୀ ଘାଟରେ ଗୋଟିଏ ପରିବାରର ୩ଜଣ ଭାସିଯିବା ଘଟଣାରେ ଉଭୟ ବାପା ଓ ପୁଅର ମ୍ରୁତ୍ୟୁ ହୋଇଛି | ସେପଟେ ଝିଅ ଏବେ ବି ନିଖୋଜ ଅଛି |

ଆଜି ସହରର ପେନସନ ପଡାର ରୁକସାନା(12) ଓ ଭାଇ ଅବତାବ (10) ରିଂରୋଡ କଡରେ ମହାନଦୀରେ ଗାଧୋଉଥିଲେ | ଏହି ସମୟରେ ଉଭୟେ ଭାସି ଯାଇଥିଲେ | ଏମାନଙ୍କୁ ଉଦ୍ଧାର ପାଇଁ ବାପା ଏମଡି ଅଲତାବ(40) ମଧ୍ୟ ନଦୀକୁ ଡେଇଁ ପଡିଥିଲେ | ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ଅଗ୍ନିଶମ ବାହିନୀ ସେମାନଙ୍କ ମଧ୍ୟରୁ ପୁଅ ଅବତାବ ଏବଂ ବାପା ଅଲତାବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଡାକ୍ତରଖାନାରେ ଉଭୟଙ୍କୁ ମ୍ରୁତ ଘୋଷଣା କରାଯାଇଛି | ସେପଟେ ଝିଅ ରୁକସାନାଙ୍କ ପତ୍ତା ମିଳିପାରିନାହିଁ | ଉଦ୍ଧାର କାର୍ଯ୍ୟ ଜାରି ରହିଛି |