ଶ୍ରୀମନ୍ଦିର କଳାହାଟ ଦ୍ୱାରର ଛାଉଣି ପାଇଁ ଆସିଥିବା ୫ କ୍ୱିଣ୍ଟାଲ ରୁପା ନିଳାଦ୍ରୀ ଭକ୍ତନିବାସରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର | News Room Odisha

ଶ୍ରୀମନ୍ଦିର କଳାହାଟ ଦ୍ୱାରର ଛାଉଣି ପାଇଁ ଆସିଥିବା ୫ କ୍ୱିଣ୍ଟାଲ ରୁପା ନିଳାଦ୍ରୀ ଭକ୍ତନିବାସରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର

ପୁରୀ – ଶ୍ରୀମନ୍ଦିର କଳାହାଟ ଦ୍ୱାର ପାଇଁ ଆସିଥିବା ୫ କ୍ୱିଣ୍ଟାଲ ରୁପାକୁ ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳ ଅନୁମତି ଦେବା ପରେ ରୁପା କୋଷାଗାରକୁ ସ୍ଥାନାନ୍ତର କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାବର୍ଷ ରଥଯାତ୍ରା ବେଳେ କଳାହାଟ ଦ୍ୱାରର ରୁପା ଛାଉଣୀ କରାଯିବ । ଏତେ ଦିନ ଯାଏଁ ରୁପାକୁ ନିଳାଦ୍ରୀ ଭକ୍ତ ନିବାସରେ ସୁରକ୍ଷିତ ରଖିବା ସମ୍ଭବ ନଥିବାରୁ ଏହାକୁ କୋଷାଗାରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି ।