ବେକରୀକୁ ଯାଉଥିବା ପଚା ଅଣ୍ଡା ଜବତ | News Room Odisha

ବେକରୀକୁ ଯାଉଥିବା ପଚା ଅଣ୍ଡା ଜବତ

କଟକ –କଟକ ସହର ସାଆନ୍ତ ସାହି ଅଂଚଳରୁ ପଚା ଅଣ୍ଡା ବୋଝେଇ ଅଟୋ ଜବତ କରାଯାଇଛି । ଆଠଗଡ ଓ ଚୌଦ୍ୱାର ଅଂଚଳରୁ ଅଣ୍ଡା ବୋଝେଇ ଅଟୋ ଆସୁଥିଲା ବେଳ କଟକ ମହାନଗର ନିଗମ –ସିଏମସି ଜବତ କରିଥିଲା । ଅଟୋରେ ୧୦ ପେଟି ପଚା ଅଣ୍ଡା ରହିଥିଲା । ପଚା ଅଣ୍ଡାଗୁଡିକ ଜଣେ ବେକରୀ ବ୍ୟବସାୟୀଙ୍କ ପାଖକୁ ଯାଉଥିବା ଅଭିଯୋଗ ହୋଇଛି । ଅଟୋ ଚାଳକକୁ ଅଟକ ରଖାଯାଇଛି । କିନ୍ତୁ ବେକରୀ ମାଲିକ ଫେରାର ହୋଇଯାଇଛି ।