ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ଖୁଲାସା | News Room Odisha

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ଖୁଲାସା

ଭୁବନେଶ୍ୱର – ଚାନ୍ଦିପୁର ଡିଆରଡିଓର ଗୁପ୍ତତଥ୍ୟ ଲିକ ମାମଲାରେ ୪ଟି ଫେସବୁକ୍ ଆକାଉଣ୍ଟ ସଂପର୍କରେ ସୂଚନା ମିଳିଛି ବୋଲି କ୍ରାଇମବ୍ରାଂଚ କହିଛି । ଗୋଟିଏ ଫେସବୁକ୍ ଆକାଉଣ୍ଟ ପାକିସ୍ତାନର ରାୱଲପିଣ୍ଡି ଓ ଅନ୍ୟ ତିନିଟି ଇସଲାମାବାଦର ହୋଇଥିବା ଜଣାପଡିଛି ବୋଲି କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ରହସ୍ୟମୟୀ ମହିଳା ଜଣକ ପାକିସ୍ତାନରୁ ଫେସବୁକ୍ ଅପରେଟ୍ କରୁଥିଲେ । ଫେସବୁକ୍ ଚାଟରେ ତଥ୍ୟ ଲିକ୍ ହୋଇଥିବା ପ୍ରମାଣ ମିଳିଛି ବୋଲି କ୍ରାଇମବ୍ରାଂଚ ଏଡିଜି କହିଛନ୍ତି । ଡିଆରଡିଓରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଏହି ମାମଲାର ତଦନ୍ତ କରୁଛି ।