ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ରୋହିତଙ୍କ ଆହ୍ବାନ | News Room Odisha

ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ରୋହିତଙ୍କ ଆହ୍ବାନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ସାହାସପୁର ପଞ୍ଚାୟତ ରେ ବିଜୁ ଜନତା ଦଳ କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରେଢ଼ାଖୋଲ ବିଧାୟକ ରୋହିତ ପୁଝାରୀ ଯୋଗ ଦେଇ କର୍ମୀ ମାନଙ୍କୁ ଏକଜୁଟ ହୋଇ ଦଳକୁ ସୁଦୁଢ କରିବା ସହିତ ଆସନ୍ତା ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ରେ କେମିତି ନିଜର ସମସ୍ତ ପ୍ରାଥୀଙ୍କୁ ବିଜୟୀ କରିପାରିବା ସେଥିପତି ଧ୍ୟାନଦେବା ପାଇଁ କହିଥିଲେ l କର୍ମୀମାନେ ନିଜ ୱାର୍ଡ ଓ ଗ୍ରାମର ନେଇ ଆସିଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ବିଧାୟକ ସମାଧାନ କରିଥିଲେ l

ସଭାକୁ ତ୍ରିନାଥ ପଣ୍ଡା ପରିଚାଳନା କରିଥିବା ବେଳେ ବ୍ଲକ ସଭାପତି ଗୋପିରଞ୍ଜନ ବେହେରା, ସମିତି ସଭ୍ୟ ବୀଣାପାଣି ବେହେରା, ବ୍ଲକ ବିଜେଡି ଯୁବ ସଭାପତି ସମିର ପାଢ଼ୀ, ଛାତ୍ର ସଭାପତି ମାନସ କୁମାର ମହାପାତ୍ର, ତ୍ରିର୍ଥ ପଣ୍ଡା, ଚିତ୍ତରଞ୍ଜନ ବାଗ, ରଘୁମଣୀ ସାହୁ ରାଧାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ l ଏଥିରେ ସାହାସପୁର ପଞ୍ଚାୟତର ସମସ୍ତ ୱାର୍ଡ ରୁ ଶତାଧିକ ବିଜେଡି କର୍ମୀ ଯୋଗଥିଲେ l