ବିଦ୍ୟୁତ ସଂସ୍ପର୍ଶରେ ଆସି ଘର ଚାର୍ଜ ହେବାରୁ ଗୋଟିଏ ପରିବାର ତିନି ମୃତ | News Room Odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ଘର ଚାର୍ଜ ହେବାରୁ ଗୋଟିଏ ପରିବାର ତିନି ମୃତ

ଜଗତସିଂହପୁର – ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଂଚାୟତରେ ହୃଦୟ ବିଦାରକ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ତିନିଜଣଙ୍କ ଜୀବନ ଚାଲିଯାଇଛି । ବାପା ପିଣ୍ଟୁ ସ୍ୱାଇଁ ( ୪୦ ବର୍ଷ ) , ପତ୍ନୀ କାମିନୀ ସ୍ୱାଇଁ ( ୩୫ ) ଓ ଝିଅ ପାପାଲି ( ୧୩ ) ପ୍ରାଣ ହରାଇଛନ୍ତି । ସେମାନଙ୍କୁ ବଂଚାଇବାକୁ ଯାଇ ଜଣେ ଗୁରୁତର ଆହତ ହୋଇଛନ୍ତି । ବୁଧବାର ସଂଧ୍ୟାରେ ପିଂଟୁ , ତାଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ଘରେ ଥିବା ବେଳେ କୌଣସି କାରଣରୁ ବିଦ୍ୟୁତ ତାର ଲାଗି ଘର ଚାର୍ଜ ହୋଇଯାଇଥିଲା । ତିନିଜଣ ଯାକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଂଚାଇବାକୁ ଯାଇ ପଡୋଶୀ ଭ୍ରମର ବର ସ୍ୱାଇଁ ଗୁରୁତର ଆହତ ହୋଇଥିଲେ ।