ରାଜ୍ୟରେ ଆଉ ୫୮୨ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୫୮୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୫୮୨ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୮୩ ଜଣ ଶିଶୁ କିଶୋର ଅଛନ୍ତି । ସଙ୍ଗରୋଧରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨, କଟକରୁ ୪୬, ଜଗତସିଂହପୁରରୁ ୨୪, ଯାଜପୁରରୁ ୨୨, ମୟୂରଭଞ୍ଜରୁ ୨୨, ସମ୍ବଲପୁରରୁ ୨୧, ପୁରୀରୁ ୨୧, ବାଲେଶ୍ୱରରୁ ୧୯, କେନ୍ଦ୍ରାପଡାର ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ ଜିଲ୍ଲାରୁ ୭, ନୟାଗଡରୁ ୫, କେନ୍ଦୁଝରରୁ ୫, ଗଜପତିରୁ ୫, ଗଞ୍ଜାମରୁ ୪, ଭଦ୍ରକରୁ ୩, ବଲାଙ୍ଗିରରୁ ୩, ଦେବଗଡରୁ ୨, ବରଗଡରୁ ୨, ଢେଙ୍କାନାଳରୁ ୨, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, କଳାହାଣ୍ଡିରୁ ୧, କୋରାପୁଟରୁ ୧, ନବରଙ୍ଗପୁରରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏ ଯାଏଁ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୯୯୪ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୬ ହଜାର ୫୯୪ । ସକ୍ରିୟ ମାମଲା ସଂଖ୍ୟା ୫ ହଜାର ୧୧୩ ରହିଛି ।

COVID-19