ରାଜ୍ୟରେ ଆଉ ୫୨୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୫୨୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୫୨୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ୭୫ ରହିଛି । ସଙ୍ଗରୋଧରୁ ୩୦୬ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଓ କଟକରୁ ୭୫ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୨, ବାଲେଶ୍ୱରରୁ ୨୦, ଜଗତସିଂହପୁରରୁ ୧୫, ପୁରୀରୁ ୧୩, ଯାଜପୁରରୁ ୧୪, ସୁନ୍ଦରଗଡରୁ ୧୧, ସମ୍ବଲପୁରରୁ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳରୁ ୬, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ଭଦ୍ରକରୁ ୩, ନୟାଗଡରୁ ୩, କୋରାପୁଟରୁ ୩, ରାୟଗଡାରୁ ୨, ଦେବଗଡରୁ ୨, ବଲାଙ୍ଗିରରୁ ୧, ଢେଙ୍କାନାଳରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନୂଆପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୧୦ ଲକ୍ଷ ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ ଲକ୍ଷ ୧୭ ହଜାର ୧୧୬ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାର ୧୧୧ ରହିଛି ।

COVID-19