ଚଳିତ ୧୧ରୁ ବ୍ରହ୍ମପୁର ଡାକମଣ୍ଡଳର ବିଭିନ୍ନ ଉପ-ଡାକଘର ଓ ଶାଖା ଡାକଘରେ ରେଳ ଟିକଟ ବୁକିଙ୍ଗ ସୁବିଧା | News Room Odisha

ଚଳିତ ୧୧ରୁ ବ୍ରହ୍ମପୁର ଡାକମଣ୍ଡଳର ବିଭିନ୍ନ ଉପ-ଡାକଘର ଓ ଶାଖା ଡାକଘରେ ରେଳ ଟିକଟ ବୁକିଙ୍ଗ ସୁବିଧା

ବ୍ରହ୍ମପୁର: ଚଳିତ ମାସ ୧୧ ତାରିଖରୁ ବ୍ରହ୍ମପୁର ଡାକ ମଣ୍ଡଳ ଅନ୍ତର୍ଗତ ବିଭନ୍ନ ଡାକଘରର କମନ ସେର୍ଭିସ କାଉଣ୍ଟରରେ ଲୋକମାନଙ୍କ ସୁବିଧା ସକାଶେ ରେଳ ଟିକଟ ବୂକିଙ୍ଗ ସେବା ଉପଲବ୍ଧ ହେବ ବୋଲି ବ୍ରହ୍ମପୁର ବରିଷ୍ଠ ଡାକ ଅଧକ୍ଷ୍ୟ ତାରିଣୀ ଚରଣ ପାଢ଼ୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରଯାଇଥିବା ଡିଜିଟାଲ ଇଣ୍ଡିଆର ଏହା ଏକ ଅଂଶ ଯାହାଦ୍ୱାରା କି ଗ୍ରାମାଞ୍ଚଳ ଲୋକ ରେଳ ଟିକଟ ସକାଶେ ସହରକୁ ଦୌଡିବାକୁ ପଡିବନି କିମ୍ବା ଟିକଟ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ିବନି । ଅତି ସହଜରେ ନିକଟସ୍ଥ ଡାକ ଘରେ ରେଳ ଟିକଟ ଲୋକମାନେ ପାଇପାରିବେ ।

ବ୍ରହ୍ମପୁର ଡାକ ମଣ୍ଡଳ ତରଫରୁ ପ୍ରାଥମିକ ଭିତ୍ତିରେ ଚିକିଟି, ପୋଲସରା, ପୁରୁଷୋତ୍ତମପୁର, ଦିଗପହଣ୍ଡି, ପାତ୍ରପୁର ଗୋପାଳପୁର ଉପ ଡାକଘରେ ଓ କରପଡା ଶାଖା ଡାକଘରେ ଏହି ସୁବିଧା ଆସନ୍ତା ଏଗାର ତାରିଖରୁ ଆରମ୍ଭ ହେଵ ଓ ପରେ ପରେ ସବୁ ଉପ ଡାକ ଘର ଓ ଶାଖା ଡାକଘରେ ଏହି ସୁବିଧା ଉପଲବ୍ଧ ହେଵ ବୋଲି ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେବା ସହ ଜନ ସାଧାରଣ ଏହି ସେବାର ସୁଯୋଗ ନେବାକୁ ନିବେଦନ କରିଛନ୍ତି ।