ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ଭିଜିଲାନ୍ସ ପାଇଳା ପୁଳା ପୁଳା ଟଙ୍କା | News Room Odisha

ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ଭିଜିଲାନ୍ସ ପାଇଳା ପୁଳା ପୁଳା ଟଙ୍କା

ଯାଜପୁର – ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡା ବିଡା ଟଙ୍କା ଜବତ କରିଛି ଭିଜିଲାନ୍ସ । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ କାରରେ କଟକରେ ଥିବା ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନସି କଲେଜ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ଯାଜପୁର ଭିଜିଲାନ୍ସ ସହାୟତାରେ କଟକ ଭିଜିଲାନ୍ସ ଚଢାଉ କରି ତାଙ୍କ କାର୍‌ରୁ ନବଦ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ । ଏତେ ଟଙ୍କା ସେ କାହିଁକି ସାଙ୍ଗରେ ନେଇ ଯାଉଥିଲେ ଓ ଟଙ୍କା କେଉଁଠୁ ଆସିଲା, ସେ ବାବଦରେ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଭିଜିଲାନ୍ସ ଅଧିକାରୀମାନେ କଟକ ମହତାବ ରୋଡ୍ ସ୍ଥିତ ତାଙ୍କ ଘରକୁ ନେଇ ଅଧିକ ତଦନ୍ତ କରିଛନ୍ତି ।