ଏସିଏଫ ସୌମ୍ୟରଞ୍ଜନଙ୍‌କ ମୃତ୍ୟୁକୁ ଦୁର୍ଘଟଣା କହିଲା କ୍ରାଇମବ୍ରାଂଚ, ଅବହେଳା ପାଇଁ ବିଦ୍ୟାଭାରତୀଙ୍କୁ ଦାୟୀ, କୋର୍ଟରେ ଦାଖଲ କଲା ଚାର୍ଜସିଟ୍ | News Room Odisha

ଏସିଏଫ ସୌମ୍ୟରଞ୍ଜନଙ୍‌କ ମୃତ୍ୟୁକୁ ଦୁର୍ଘଟଣା କହିଲା କ୍ରାଇମବ୍ରାଂଚ, ଅବହେଳା ପାଇଁ ବିଦ୍ୟାଭାରତୀଙ୍କୁ ଦାୟୀ, କୋର୍ଟରେ ଦାଖଲ କଲା ଚାର୍ଜସିଟ୍

ଭୁବନେଶ୍ୱର – ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ ଶେଷ କରିଛି କ୍ରାଇମବ୍ରାଂଚ୍ । ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ । ତାଙ୍କ ମୃତ୍ୟୁ ଦୁର୍ଘଟଣା ଥିଲା ବୋଲି ଦର୍ଶାଇଛି କ୍ରାଇମବ୍ରାଂଚ୍ । ସୌମ୍ୟଙ୍କ ବିଧବା ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଂଚ୍ । ତାଙ୍କ ବିରୋଧରେ କୋର୍ଟରେ ଦାଖଲ କରାଯାଇଛି ଚାର୍ଜସିଟ୍ । ସୌମ୍ୟଙ୍କ ମୃତ୍ୟୁ ପରଠାରୁ ଚର୍ଚ୍ଚାରେ ଥିବା ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ମିିଳିଛି । ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳା ଅଭିଯୋଗ ଅଣାଯାଇଛି । ନିଆଁ ଲାଗିଥିବା ବେଳେ ସେ ଅବହେଳା ପ୍ରଦର୍ଶନ କରିଥିଲେ । ୮୦ ଜଣଙ୍କ ସାକ୍ଷ୍ୟ, ସମସ୍ତଙ୍କ ଫୋନ୍ କଲ ବିବରଣୀ, ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ,ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି । ୩ ଶହ ପୃଷ୍ଠାର ଚାର୍ଜସିଟକୁ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଛନ୍ତି କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ।