ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା , ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର | News Room Odisha

ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା , ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ଭୁବନେଶ୍ୱର –ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ପତ୍ନୀହନ୍ତା ସ୍ୱାମୀ ଫେରାର ହୋଇଯାଇଛି । ସ୍ଥାନୀୟ ଅଂଚଳରେ ଏହି ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ପୋଲିସ ଘଟଣାସ୍ଥଳରେ ପହଂଚିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ସ୍ୱାମୀ କାର୍ତ୍ତିକ ଓ ସ୍ତ୍ରୀ ଇନ୍ଦିରାଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଝିଅ ଇନ୍ଦିରା ବାପଘରେ ରହୁଥିଲେ । ଜ୍ୱାଇଁ କାର୍ତ୍ତିକ ବି ସେଠାରେ ରହୁଥିଲେ । ରାତିରେ ସମସ୍ତ ଖାଇପିଇ ଶୋଇଲା ପରେ କାର୍ତ୍ତିକ ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଉଭୟେ ୨୦୦୫ ମସିହାରେ ବିବାହ କରିଥିଲେ । ସେମାନଙ୍କର ୧୫ ବର୍ଷୀୟ ପିଲାଟିଏ ବି ରହିଛି ।