ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ | News Room Odisha

ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର-ଆଜି ଦିନ ସାଢେ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସଙ୍ଗ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କେତେକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିପାରେ । ପୂର୍ତ୍ତ ବିଭାଗ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରସ୍ତାବଗୁଡିକ ଉପରେ ବି ଆଜିର ବୈଠକରେ ଆଲୋଚନା ହେବ । ଖରିଫ ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ୍ୟ ଧାର୍ଯ୍ୟ ହେବାର ସମ୍ଭାବନା ରହିଛି ।