ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି, ଦିନକରେ ଚିହ୍ନଟ ହେଲେ ୪୪୮ ନୂଆ ଆକ୍ରାନ୍ତ | News Room Odisha

ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି, ଦିନକରେ ଚିହ୍ନଟ ହେଲେ ୪୪୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮ ଓ କଟକ ଜିଲ୍ଲାରୁ ୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୧୯, ମୟୂରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୩, କେନ୍ଦ୍ରାପଡାରୁ ୧୩, ଯାଜପୁରରୁ ୧୨, ପୁରୀରୁ ୧୨, ସୁନ୍ଦରଗଡରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁର ଜିଲ୍ଲାରୁ ୯, ଢେଙ୍କାନାଳରୁ ୪, ନୟାଗଡରୁ ୪, ଭଦ୍ରକରୁ ୩, ବଲାଙ୍ଗିରରୁ ୩, କେନ୍ଦୁଝରରୁ ୩, କୋରାପୁଟରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୨, ଅନୁଗୁଳରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, ଗଜପତିରୁ ୧, ଗଞ୍ଜାମରୁ ୧, ରାୟଗଡାରୁ ୧, ନବରଙ୍ଗପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୩୨ ହଜାର ୧୪୪ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୮ ହଜାର ୭୪୯ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୮୭ ଜଣ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।