ଦିନକ ବ୍ୟବଧାନ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ପୁଣି ୫ଶହ ଡେଇଁଲା, ୫୨୯ ନୂଆ ସଂକ୍ରମିତ ଚିହ୍ନଟ | News Room Odisha

ଦିନକ ବ୍ୟବଧାନ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ପୁଣି ୫ଶହ ଡେଇଁଲା, ୫୨୯ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ଗୋଟିଏ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ୫ ଶହ ଡେଇଁଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୨୯ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ସଂକ୍ରମିତ ହୋଇଥିବା ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିିଛି ୬୨ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭, ମୟୂରଭଞ୍ଜରୁ ୨୩, ବାଲେଶ୍ୱରରୁ ୨୦, ପୁରୀରୁ ୧୩, ସମ୍ବଲପୁରରୁ ୧୧, କେନ୍ଦ୍ରାପଡାରୁ ୧୧, ସୁନ୍ଦରଗଡରୁ ୧୦, ଜଗତସିଂହପୁରରୁ ୮, କେନ୍ଦୁଝରରୁ ୭, ନୟାଗଡରୁ ୭, ଗଞ୍ଜାମରୁ ୬, ନୂଆପଡାରୁ ୬, ଅନୁଗୁଳରୁ ୩, ଭଦ୍ରକରୁ ୩, ଗଜପତିରୁ ୩, ଝାରସୁଗୁଡାରୁ ୨, ବରଗଡରୁ ୧, ବଲାଙ୍ଗୀରରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ଟି ଜିଲ୍ଲାରୁ କୌଣସି ନୂଆ ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୩୨ ହଜାର ୬୭୩ ଜଣ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୦ ଲକ୍ଷ ୧୯ ହଜାର ୨୧୮ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୧୪୧ ଜଣ ଚିକିତ୍ସାଧୀନ ଅଛନ୍ତି ।