ତାରାତାରିଣୀ ମନ୍ଦିରର ଦୀପଦାନ ଗୃହରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ | News Room Odisha

ତାରାତାରିଣୀ ମନ୍ଦିରର ଦୀପଦାନ ଗୃହରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ । ମନ୍ଦିରର ଦୀପଦାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦୀପଦାନ ଗୃହର ଭିତର ଭାଗ ପୋଡି ଯିବା ସହ ଦୁଆର ବନ୍ଧ ସବୁ କ୍ଷତିଗ୍ରସ୍ତ ହୋଇଛି । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସକାଳୁ ସକାଳୁ ମାଆଙ୍କ ମନ୍ଦିରର ଅଷ୍ଟମୀ ପୂଜା କରାଯାଇଥିଲା । ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ନିଆଁ ଲାଗିଥିବା ସୂଚନା ମିଳୁଛି । ତେବେ ଏହା ଏକ ଛୋଟ ଅଗ୍ନିକାଣ୍ଡ ଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।