ଢେଙ୍କାନାଳ ଏଟିଏମ ଭ୍ୟାନ ଲୁଟେରାଙ୍କ ନାଁରେ ରହିଛି ବହୁ ଅପରାଧିକ ମାମଲା, ଫେରାର ଲୁଟେଲା ନୟାଗଡରେ ଲୁଚିଥିବା ସନ୍ଦେହ | News Room Odisha

ଢେଙ୍କାନାଳ ଏଟିଏମ ଭ୍ୟାନ ଲୁଟେରାଙ୍କ ନାଁରେ ରହିଛି ବହୁ ଅପରାଧିକ ମାମଲା, ଫେରାର ଲୁଟେଲା ନୟାଗଡରେ ଲୁଚିଥିବା ସନ୍ଦେହ

ଭୁବନେଶ୍ୱର – ଢେଙ୍କାନାଳ ଏଟିଏମ କ୍ୟାସ ଭ୍ୟାନ ଲୁଟ୍ ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେଇଛି ପୋଲିସ । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରେସମିଟରେ କହିଛନ୍ତି ଯେ, ଲୁଟ୍‌ର ମାତ୍ର ୪୫ ମିନିଟ ମଧ୍ୟରେ ୩ ଲୁଟେରାଙ୍କୁ ଗିରଫ କରାଯାଇଥିଲା । ଗତକାଲି ଭ୍ୟାନ ଲୁଟ୍ କରି ୧ କୋଟି ୨୯ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ । ଜଣେ ଫେରାର ଥିବା ବେଳେ ୧ କୋଟି ୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଅଭିଯୁକ୍ତଙ୍କଠାରୁ ୫ଟି ବନ୍ଧୁକ ଜବତ କରିଛି ପୋଲିସ । ଗିରଫ ୩ ଲୁଟେରା ନିଆଳି, ଆଠଗଡ ଓ ବୌଦ୍ଧ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଗିରଫଙ୍କ ବିରୋଧରେ ୧୫ରୁ ୧୬ଟି ଲେଖାଏଁ ମାମଲା ରହିିଛି । ଡକାୟତି ଓ ହତ୍ୟା ଉଦ୍ୟମ ଭଳି ମଧ୍ୟ ସଂଗୀନ ମାମଲା ରହିଛି । ଫେରାର ଥିବା ଲୁଟେରା ଜଣକ ନୟାଗଡ ଜିଲ୍ଲାରେ ଲୁଚିଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି ।