ପାର୍ବଣ ଭିଡର ପ୍ରଭାବ ୭ରୁ ୧୦ ଦିନ ମଧ୍ୟରେ ଜଣାପଡିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ପାର୍ବଣ ଭିଡର ପ୍ରଭାବ ୭ରୁ ୧୦ ଦିନ ମଧ୍ୟରେ ଜଣାପଡିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ପାର୍ବଣ ଭିଡର ପ୍ରଭାବ ୭ରୁ ୧୦ ଦିନ ମଧ୍ୟରେ ଜଣାପଡିବ । ଏହା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପାର୍ବଣରେ ଯେଉଁ ଭଳି ଭାବେ ଲୋକେ ଭିଡ ଜମାଇଥିଲେ, ଏହାର ପ୍ରଭାବ ନିଶ୍ଚିତ ଭାବେ କୋରୋନା ସଂକ୍ରମଣ ଉପରେ ପକାଇବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି । ଯଦି ସେଭଳି କିଛି ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ରହେ, ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ । ଗ୍ରାମାଞ୍ଚଳରେ ଆଶା ଓ ସହରାଂଚଳରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କଡା ନଜର ରଖିଛନ୍ତି । ସଂକ୍ରମଣ ବୃଦ୍ଧିର ଆଭାସ ମିଳିଲେ, ସର୍ଭେଲାନ୍ସ ଜୋରଦାର ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।