ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ସଂଗ୍ରହ କଲା ୨୦୨ ୟୁନିଟ ରକ୍ତ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ସଂଗ୍ରହ କଲା ୨୦୨ ୟୁନିଟ ରକ୍ତ

ଗୋପାଳପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼କୁଶସ୍ଥଳୀ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ସେବା କାର୍ଯ୍ୟକ୍ରମ ଆହ୍ବାନକ୍ରମେ ଆୟୋଜିତ ଏହି ଶିବିରରେ ସଂଗ୍ରହ କରାଯାଇ ଥିଲା ୨୦୨ ୟୁନିଟ୍ ରକ୍ତ। ବହୁ ଯୁବକ, ମହିଳା, ବିଜେଡି କର୍ମକର୍ତ୍ତା ଆଗ୍ରହର ସହ ଭାଗ ନେଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇଥିଲେ। ଏହି ରକ୍ତଦାନ ଶିବିର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇ ଥିଲା।

ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଶିବିର ଉଦ୍‌ଘାଟନ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାରର ଡା. ଗୋବିନ୍ଦ ମହାପାତ୍ରଙ୍କ ସମେତ ଅନ୍ୟମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସି.ଏଚ୍. ଉଷାରାଣୀ, ଉପାଧ୍ୟକ୍ଷ ଅଜିତ କୁମାର ଦାସ, ବିଡିଏ ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତିଙ୍କ ସମେତ ନୀଳମାଧବ ପାତ୍ର, ବିନୋଦ କୁମାର ମହାଙ୍କୁଡ଼, ପ୍ରକାଶ ଚନ୍ଦ୍ର ସାମନ୍ତ, ଆର୍.ହିମାଂଶୁ ପ୍ରସାଦ ରାଓ, ସଂଘମିତ୍ରା ଦଳାଇଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଶିବିରରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ତାଙ୍କ ଆହ୍ବାନକ୍ରମେ ବିଜେଡି ତରଫରୁ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ ହାତକୁ ନିଆଯାଇଛି। ରକ୍ତଦାନ ଶିବିର ସେଥିରୁ ଗୋଟିଏ। ଏହି ରକ୍ତଦାନ ଶିବିରରେ କେବଳ ବିଜେଡି ନୁହଁ, ସ୍ଥାନୀୟ ସ୍ବେଚ୍ଛାସେବୀ- ଯୁବଗୋଷ୍ଠୀ ପ୍ରମୁଖ ଆଗ୍ରହର ସହ ରକ୍ତଦାନ କରିଥିଲେ ବୋଲି କହିଛନ୍ତି ନିର୍ବାଚନମଣ୍ଡଳୀର ପୁରୁଖା ନେତା ସି.ଏଚ୍.ଭରତ।

Chief Minister Naveen PatnaikOdisha Mo Parivar-Jeevan Bindu