ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନବ ଶୁଭେଚ୍ଛା, ଚକୋଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ଯୁବକ | News Room Odisha

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନବ ଶୁଭେଚ୍ଛା, ଚକୋଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ଯୁବକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଅଭିନବ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱରର ରାକେଶ କୁମାର ସାହୁ । ଚକୋଲେଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୭୨ କିଲୋଗ୍ରାମ ଚକୋଲେଟର ରାକେଶ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି । ଏହାକୁ ତିଆରି କରିବା ପାଇଁ ରାକେଶ ଓ ତାଙ୍କ ସହଯୋଗୀଙ୍କୁ ୧୫ ଦିନ ଲାଗିଥିଲା । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାକେଶଙ୍କ ଏହି କଳାକୃତିକୁ କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଏ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଆର୍‌. ଭିନିଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ ।