ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ଜାରି | News Room Odisha

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ଜାରି

ଭୁବନେଶ୍ୱର – ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ୩୦ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲାର ଅଧ୍ୟକ୍ଷ ପଦ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ସେହି ଜିଲ୍ଲାଗୁଡିକ ହେଲା- ଅନୁଗୁଳ , କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି । ୧୨ଟି ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରଖାଯାଇଛି । ସେସବୁ ଜିଲ୍ଲା ହେଲା-କଳାହାଣ୍ଡି, କେନ୍ଦ୍ରାପଡା, ଗଞ୍ଜାମ, ଝାରସୁଗୁଡା,ଢେଙ୍କାନାଳ, ଦେବଗଡ, ନୂଆପଡା, ପୁରୀ, ବରଗଡ, ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର । କଟକ, ଜଗତସିଂହପୁର,ଯାଜପୁର ଓ ଭଦ୍ରକ ଜିଲ୍ଲାର ଅଧ୍ୟକ୍ଷ ପଦ ଅନସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିବ । କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ, ବାଲେଶ୍ୱର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା, ସୁନ୍ଦରଗଡ ଓ ସୋନପୁର ଜିଲ୍ଲା ଅନସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିବ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ସଂପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶିତ ହେବାର ୧୦ ଦିନ ମଧ୍ୟରେ ସର୍ବସାଧାରଣ ସେମାନଙ୍କ ଅଭିଯୋଗ ଦାଖଲ କରି ପରାମର୍ଶ ଦେଇପାରିବେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମିଳିଥିବା ଅଭିଯୋଗ ବା ପରାମର୍ଶଗୁଡିକୁ ରାଜ୍ୟ ସରକାର ବିଚାର କରି ଚୂଡାନ୍ତ ନିଷ୍ପତ୍ତି ନେବେ ।