ମୁଖ୍ଯମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଡାଂଗଟେକାରେ ଶାଢୀ ବଣ୍ଟନ | News Room Odisha

ମୁଖ୍ଯମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଡାଂଗଟେକାରେ ଶାଢୀ ବଣ୍ଟନ

ସମ୍ବଲପୁର: ଓଡିଶାର ପ୍ରିୟ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଂକ ୭୬ ତମ ଜନ୍ମ ଦିନ ଅବସରରେ ନାକଟିଦେଉଲ ବ୍ଲକ ର ପାଣିମୋରା ପଂଚାୟତ ଅନ୍ତର୍ଗତ ଡାଂଗଟେକା ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହକିକୁ ଭଲପାଉଥିବା ଏବଂ ଓଡିଶା କୁ ହକିର ଏନ୍ତୁଡ଼ିଶାଳ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରୁଥିବା ମୁଖ୍ଯ ମନ୍ତ୍ରୀଂକ କାର୍ଯ୍ୟକ୍ରମ କୁ ଆଗକୁ ବଢାଇବା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ପୁର୍ବତନ ବିଜେଡି ଜିଲ୍ଲା ସଭାପତି ତଥା ଜିଲ୍ଲା ଓକିଲ ସଭାପତି ଡ. ପ୍ରମୋଦ ରଥ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମହିଲା ମାନେ ଡ ରଥଂକୁ ସ୍ବାଗତ ସମ୍ବର୍ଦ୍ଧିତ କରିବା ସହ ମହିଳା ମାନେ ଅନୁରୋଧ ରକ୍ଷାକରି ପହଞ୍ଚି ଥିବାରୁ ଧନ୍ଯବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଡ ପ୍ରମୋଦ ରଥ ଅଂଚଲର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ଯା ମାନଂକୁ ଶାଢୀ ବଂଟନ କରିଥିଲେ । ଏହି ଅବସରରେ ଭାବରେ ନାକଟିଦେଉଲ ବ୍ଲକ ର ପୁର୍ବତନ ଅଧ୍ଯକ୍ଷ ସୁଦର୍ଶନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ନବୀନ ପଟନାୟକ ମହିଳା ମାନଂକ ପାଇଁ କାର୍ୟ୍ଯକାରୀ କରିଥିବା ବିଭିନ୍ନ ଯୋଜନା ବିଷୟ ରେ ସଚେତନ କରାଯାଇଥିଲା।ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା।