ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡି ଦୁର୍ଘଟଣାଗ୍ରସ୍ତ, ୬ ଆହତ | News Room Odisha

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡି ଦୁର୍ଘଟଣାଗ୍ରସ୍ତ, ୬ ଆହତ

ପାରଳାଖେମୁଣ୍ଡି – ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ବାଇକ ଆରୋହୀଙ୍କୁ ବଂଚାଇବାକୁ ପାଇଲଟ ଗାଡି ଉଦ୍ୟମ କରିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଅଡବା ଥାନା ବିରିକୋଟ ନିକଟରେ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ଏଏସଆଇ, ଜଣେ ହାବିଲଦାର ଓ ୪ କନେଷ୍ଟବଳ ଆହତ ହୋଇଛନ୍ତି । ମନ୍ତ୍ରୀ ସାରକା ଭୁବନେଶ୍ୱରରୁ ରାୟଗଡା ଯାଉଥିବା ବେଳେ ତାଙ୍କ ପାଇଲଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଡବା ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ଆହତମାନଙ୍କୁ ବିରିକୋଟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।