ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଚାରିଦିନିଆ ପୋଲିସ ରିମାଣ୍ଡ | News Room Odisha

ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଚାରିଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର – ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବ ଇନଫୋସିଟି ପୋଲିସ । ଆସନ୍ତାକାଲିଠାରୁ ଅଭିଯୁକ୍ତଙ୍କ ରିମାଣ୍ଡ ଆରମ୍ଭ ହେବ । ରିମାଣ୍ଡରେ ନେବା ପାଇଁ ଇନଫୋସିଟି ପୋଲିସକୁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । କିନ୍ତୁ କୋର୍ଟ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଅଭିଯୁକ୍ତମାନେ ମନୀଷଙ୍କ ସାଙ୍ଗ । ସେମାନେ ହୋଟେଲ ସାଉଥ ସିଟି ଯାଇଥିଲେ । ବିଲ୍ ପେମେଂଟ ବାବଦରେ ମନୀଷଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ହୋଟେଲ ବାହାରେ ସେମାନେ ମନୀଷଙ୍କୁ ମାରି ତାଙ୍କ ମୃତଦେହ ପୋଖରୀରେ ଫିଙ୍ଗି ଦେଇଥିଲେ । ମନୀଷ ଅନୁରାଗ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ଥିଲେ ।