'ଗୋପାଳପୁର ବିଧାୟକ ପଦ ଛାଡ଼' ଦାବି ଜୋର ଧରିଲା | News Room Odisha

‘ଗୋପାଳପୁର ବିଧାୟକ ପଦ ଛାଡ଼’ ଦାବି ଜୋର ଧରିଲା

ଗୋପାଳପୁର: ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ବିଶ୍ୱାସ ଭାଙ୍ଗିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନିଯୁକ୍ତି କରାଇ ଦେବେ କହି ଶହ ଶହ ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ବିପୁଳ ଅର୍ଥ ସଂଗ୍ରହ କରି ଠକେଇ କଲେ। ଯେତେବେଳେ ଏହା ପ୍ରଘଟ ହେଲା, ବିଜେଡି ସୁପ୍ରିମୋ ଜନସ୍ବାର୍ଥ ବିରୋଧୀ କାର୍ଯ୍ୟ ହେତୁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଆଉ ଏବେ ଜଣେ ଜନ ପ୍ରତିନିଧି ହୋଇ ସୁଦ୍ଧା ବେଆଇନ ଭାବେ ୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଜମା କରିଥିବା ଜଣା ପଡ଼ିବା ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ମତଦାତାଙ୍କ ବିଶ୍ବାସ ଭଙ୍ଗ କରିବା ସହ ଜନପ୍ରତିନିଧି ଭାବେ ନୈତିକତା ଉଲ୍ଲଂଘନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏଣୁ ଜଣେ ବିଧାୟକ ରୂପେ ସେ ଆଉ ଜନତାଙ୍କ ପ୍ରତିନିଧିତ୍ଵ କରିବାକୁ ମଧ୍ୟ ଯୋଗ୍ୟ ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ବିଧାୟକ ପଦରୁ ମଧ୍ୟ ବହିଷ୍କାର କରାଯାଉ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଏହି ଦାବି ଜୋର ଧରିବାରେ ଲାଗିଛି। ଦୁର୍ନୀତି ନିବାରଣ ବିଭାଗର ୨୩ ଘଣ୍ଟିଆ ଚଢ଼ାଉ ପରେ ଏହି ଦାବିରେ ଅଞ୍ଚଳବାସୀ, ଯୁବଗୋଷ୍ଠୀ ସାମନାକୁ ଆସିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ୍ ଅଫିସ୍ ଆଗରେ ବ୍ୟାନର୍ ପ୍ରଦର୍ଶନ ସହ ସ୍ଲୋଗାନ ଦେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଧାୟକ ପଦରୁ ବହିଷ୍କାର ଲାଗି ଲୋକାୟୁକ୍ତଙ୍କ ନିକଟରେ ଦାବି ଜଣାଇଛନ୍ତି।

Gopalpur MLA Pradeep PanigrahiPradeep Panigrahi