ପଂଚାୟତ ନିର୍ବାଚନ ପ୍ରସ୍ତୁତି : ସ୍ଥାନୀୟ ଅଧିକାରୀଙ୍କୁ ନଭେମ୍ବର ୧୫ ପୂର୍ବରୁ ବଦଳି ପାଇଁ ସିଏସଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ | News Room Odisha

ପଂଚାୟତ ନିର୍ବାଚନ ପ୍ରସ୍ତୁତି : ସ୍ଥାନୀୟ ଅଧିକାରୀଙ୍କୁ ନଭେମ୍ବର ୧୫ ପୂର୍ବରୁ ବଦଳି ପାଇଁ ସିଏସଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର –ଆସନ୍ତାବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ନିଜ ଅଂଚଳରୁ ଅଧିକାରୀଙ୍କୁ ହଟାଇବା ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଚିଠି ଲେଖାଯାଇଛି । ନିର୍ବାଚନରେ ସ୍ୱଚ୍ଛତା ଓ ନିରପେକ୍ଷତା ପାଇଁ ନଭେମ୍ବର ୧୫ ପୂର୍ବରୁ ସ୍ଥାନୀୟ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।