ରାଜ୍ୟରେ ୫୪୫ ନୂଆ କୋରୋନା ଆକ୍ରାନ୍ତ, ଶିଶୁଙ୍କ ସଂଖ୍ୟା ୭୪ | News Room Odisha

ରାଜ୍ୟରେ ୫୪୫ ନୂଆ କୋରୋନା ଆକ୍ରାନ୍ତ, ଶିଶୁଙ୍କ ସଂଖ୍ୟା ୭୪

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୫ ଶହ ଉପରେ ରହିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୫୪୫ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୪ ଜଣ ଶିଶୁ –କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ୨୧୮, କଟକରୁ ୭୩, ବାଲେଶ୍ୱରରୁ ୪୭, ଜଗତସିଂହପୁରରୁ ୩୭, ଯାଜପୁରରୁ ୨୦, ମୟୂରଭଞ୍ଜରୁ ୧୪, ସୁନ୍ଦରଗଡରୁ ୧୧, ଭଦ୍ରକରୁ ୧୦, କେନ୍ଦ୍ରାପଡାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରୁ ୮, ଅନୁଗୁଳରୁ ୭, ଗଞ୍ଜାମରୁ ୬, ପୁରୀରୁ ୬, ଦେବଗଡରୁ ୪, କେନ୍ଦୁଝରରୁ ୩, ରାୟଗଡାରୁ ୩, ସମ୍ବଲପୁରରୁ ୩, ନବରଙ୍ଗପୁରରୁ ୩, ସୁବର୍ଣ୍ଣପୁରରୁ ୨, କୋରାପୁଟରୁ ୨, ଢେଙ୍କାନାଳରୁ ୨, ବରଗଡରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ଟି ଜିଲ୍ଲାରୁ କୌଣସି ନୂଆ ମାମଲା ଆସିନାହିଁ ।

ରାଜ୍ୟରେ ମୋଟ ୧୦ ଲକ୍ଷ ୨୫ ହଜାର ୩୦୯ କୋରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୧ ହଜାର ୪୮୨ ଜଣ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୫୮୭ ଜଣ ଚିକିତ୍ସିତ ହେଉଛନ୍ତି ।