ନଭେମ୍ବର ୨୨ ତାରିଖରୁ ନବମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା | News Room Odisha

ନଭେମ୍ବର ୨୨ ତାରିଖରୁ ନବମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା

ଭୁବନେଶ୍ୱର- ଆସନ୍ତାମାସ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା । ଦୁଇଟି ସିଟିଂରେ ହେବ ସମ୍ମେଟିଭ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ ଓ ଦ୍ୱିତୀୟ ୧୧ଟାରୁ ୧୨ଟା ଯାଏଁ ହେବ । ମୋଟ ୪୦ ନମ୍ବର ମାର୍କର ପରୀକ୍ଷା ହେବ । ୨୦ ମାର୍କର ସବଜେକଟିଭ ଓ ୨୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ନିଜ ସ୍କୁଲରେ ପରୀକ୍ଷା ଓ ଅନ୍ୟ ସ୍କୁଲରେ ଖାତା ଦେଖା ହେବ ବୋଲି ବୋର୍ଡ କର୍ତ୍ତପକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୨ ତାରିଖରେ ଦ୍ୱିତୀୟ ଭାଷା ଓ ସାମାଜିକ ବିଜ୍ଞାନ, ୨୩ରେ ପ୍ରଥମ ଭାଷା ଓ ଗଣିତ, ୨୪ରେ ତୃତୀୟ ଭାଷା ଓ ସାଧାରଣ ବିଜ୍ଞାନ ପରୀକ୍ଷା ହେବ ।

ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ହୋଇପାରେ ଏହି ପରୀକ୍ଷା ।