ଭଞ୍ଜନଗର ସୋରୋଦେବୀ ନିକଟ ଜଙ୍ଗଲରୁ ଅସହାୟ ଅସୁସ୍ଥ ବ୍ୟକ୍ତି ଉଦ୍ଧାର | News Room Odisha

ଭଞ୍ଜନଗର ସୋରୋଦେବୀ ନିକଟ ଜଙ୍ଗଲରୁ ଅସହାୟ ଅସୁସ୍ଥ ବ୍ୟକ୍ତି ଉଦ୍ଧାର

ଭଞ୍ଜନଗର- ସ୍ଥାନୀୟ ସୋରାଦେବୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅସହାୟ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଅସୁସ୍ଥ ବ୍ୟକ୍ତି ଜଣକ ସେଠାରେ ଶୋଇ ରହିଥିବା ବେଳେ ଭଞ୍ଜନଗର ପ୍ରଶାସନ ଓ ଭଞ୍ଜନଗର ହେଲପିଂ ହ୍ୟାଣ୍ଡ୍‌ର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ସବଡିଭିଜନାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲପିଂ ହ୍ୟାଣ୍ଡ୍ ଟିମ୍‌ର ଏଭଳି ମାନବିକତାକୁ ଉପ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି ।