ଭୁବନେଶ୍ୱରରେ କନସଲଟାନସୀ ସେଂଟର ନାଁରେ ଚାଲୁଥିଲା ସେକ୍ସ ରାକେଟ୍ , କମିଶନରେଟ ପୋଲିସ କଲା ପର୍ଦ୍ଦାଫାସ | News Room Odisha

ଭୁବନେଶ୍ୱରରେ କନସଲଟାନସୀ ସେଂଟର ନାଁରେ ଚାଲୁଥିଲା ସେକ୍ସ ରାକେଟ୍ , କମିଶନରେଟ ପୋଲିସ କଲା ପର୍ଦ୍ଦାଫାସ

ଭୁବନେଶ୍ୱର- ରାଜଧାନୀର ମଂଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟ ବିହାର ଅଂଚଳରେ ଚାଲୁଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । କନସଲଟାନସୀ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ଏ ନେଇ ଜଣେ ଯୁବତୀଙ୍କ ଠାରୁ ଅଭିଯୋଗ ଆସିଲା ପରେ କମିଶନରେଟ ପୋଲିସ ସେହି ସ୍ଥାନରେ ହଠାତ ଚଢାଉ କରିଥିଲା । ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ନାମକ ଦଲାଲକୁ ଗିରଫ କରାଯାଇଛି । ଲକ୍ଷ୍ମୀନାରାୟଣ ହିଁ କନସଲଟାନସୀ ସେଂଟରର ମାଲିକ । ଆଉ ଜଣେ ଦଲାଲ ଜଣକ ହେଉଛି ଅନ୍ୟ ଜଣେ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।