ଜଳେଶ୍ୱର – ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ୩୩ଟି ତେଲିଆ ଭୋଲା ମାଛ କୋଟିଏ ଟଙ୍କାରେ ବିକ୍ରି ହୋଇଛି । ବାଲେଶ୍ୱର ଜିଲ୍ଲା ଦୀଘା ମୁହାଣରୁ କିଛି ଧୀବର ଏହି ମାଛ ବିକ୍ରି କରିଛନ୍ତି । ବଜାରରେ ତେଲିଆ ଭୋଲା ମାଛ କିଲୋ ୧୨ ହଜାର ୬୦୦ ଟଙ୍କା ରହିଛି । ଔଷଧୀୟ ଗୁଣ ରହିଥିବାରୁ ମାଛକୁ ବିଦେଶକୁ ରପ୍ତାନୀ କରାଯାଇଥାଏ । ଗତକାଲି ଏକ ଟ୍ରଲରରେ ବାଲେଶ୍ୱରର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ଜାଲରେ ପଡିଥିଲା ୩୩ଟି ତେଲିଆ ମାଛ । ପରେ ସେମାନେ କୋଲକାତାର ଏକ କଂପାନିକୁ ମାଛଗୁଡିକୁ ବିକ୍ରି କରିଥିଲେ ।