ବରଗଡର ୨ ଇକୋଟୁରିଜମ୍ ପ୍ରକଳ୍ପ ପାଇଁ ୨କୋଟି ମଞ୍ଜୁର | News Room Odisha

ବରଗଡର ୨ ଇକୋଟୁରିଜମ୍ ପ୍ରକଳ୍ପ ପାଇଁ ୨କୋଟି ମଞ୍ଜୁର

ବରଗଡ: ହୀରାକୁଦ ଜଳଭଣ୍ଡାରର ଚାରିପଟରେ ପର୍ଯ୍ୟଟନର ଅଫୁରନ୍ତ ସୁଯୋଗ ରହିଛି | ବର୍ତ୍ତମାନ ରାଜ୍ୟ ସରକାର ଏହାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି | ଏହି କ୍ରମରେ ବରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି |

ଇକୋଟୁରିଜମର ବିକାଶ ପାଇଁ ରାଜ୍ୟ ସରକାର ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟରେ ଥିବା ଐତିହାସିକ ବାରବଖରା ଜଳ ପ୍ରପାତ ଓ ଗୁମ୍ଫାର ଉନ୍ନତିକରଣ ଏବଂ ହୀରାକୁଦ ରିଜର୍ଭରର ଗୋବିନ୍ଦପୁର-ତାମଦେଇଠାରେ ବୋଟିଂ( ନୌକାବିହାର) ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ପ୍ରତ୍ୟେକ ପ୍ରକଳ୍ପ ପାଇଁ ୧କୋଟି ଟଙ୍କା ( ମୋଟ ୨ କୋଟି ଟଙ୍କା) ମଞ୍ଜୁର କରାଯାଇଛି । ଖୁବଶୀଘ୍ର ଏହି ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି।