କାଲି ଦାୟିତ୍ୱ ନେବେ ଡିଏମଇଟିର ନୂଆ ନିର୍ଦ୍ଦେଶକ | News Room Odisha

କାଲି ଦାୟିତ୍ୱ ନେବେ ଡିଏମଇଟିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ-ଡିଏମଇଟି ଭାବେ ପ୍ରଫେସର ଡକ୍ଟର ରମାରମଣ ମହାନ୍ତି ଆସନ୍ତାକାଲି ଦାୟିତ୍ୱ ନେବେ । ଗତକାଲି ପ୍ରଫେସର ମହାନ୍ତିଙ୍କୁ ନୂଆ ଡିଏମଇଟି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଫେସର ମହାନ୍ତି ବର୍ତ୍ତମାନ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ସେ ସିବିକେ ମହାନ୍ତିଙ୍କ ସ୍ଥାନ ନେବେ । ୨୦୧୯ ନଭେମ୍ବର ୪ ତାରିଖରେ ଡିଏମଇଟି ଭାବେ ନିଯୁକ୍ତି ପାଇଥିବା ସିବିକେ ମହାନ୍ତି ଆସନ୍ତାକାଲି ଅବସର ନେଉଛନ୍ତି ।