ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲେ ୧୨ ପର୍ଯ୍ୟଟକ | News Room Odisha

ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲେ ୧୨ ପର୍ଯ୍ୟଟକ

ବ୍ରହ୍ମପୁର: ଛୁଟି ଦିନ ହେତୁ ରବିବାର ସକାଳୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଗୋପାଳପୁର ସମୁଦ୍ରରେ ପର୍ଯ୍ୟଟକଙ୍କ ବେଶ ଗହଳି ହୋଇଥିଲା। ତେବେ ସମୁଦ୍ରରୁ ବୁଡି ଯାଉଥିବା ପ୍ରାୟ ୧୨ ଜଣ ପର୍ଯ୍ୟଟକଙ୍କୁ ଆଜି ଦିନକ ମଧ୍ୟରେ ଉଦ୍ଧାର କରାଯାଇଛି। ସକାଳ ବେଳା ପ୍ରଥମେ ୬ ଜଣ ଟୁରିଷ୍ଟଙ୍କୁ ଉଦ୍ଧାର କରିଥିଲେ ବେଳାଭୂମିରେ ଓଟିଡିସି ପ୍ରକଳ୍ପରେ ନିୟୋଜିତ ଏକ ଘରୋଇ କମ୍ପାନୀର ଜେଟ୍ ବୋଟ୍। ମଧ୍ୟାହ୍ନରେ ୪ ଜଣ ଓ ଅପରାହ୍ନରେ ୨ ଜଣଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ ଓ ମତ୍ସ୍ୟଜୀବୀ। ଏହି ଅଘଟଣ ପରେ ଗୋପାଳପୁର ଥାନା ପୋଲିସ ସମୁଦ୍ର ମଧ୍ୟରେ ଥିବା ଅନ୍ୟ ପର୍ଯ୍ୟଟକଙ୍କୁ କୂଳକୁ ଡାକି ଆଣି ବାରଣ କରିଥିଲା। ଉଦ୍ଧାର ପର୍ଯ୍ୟଟକଙ୍କ ମଧ୍ୟରେ ଗଞ୍ଜାମ ସମେତ ଅନ୍ୟ ଜିଲ୍ଲାର କିଛି ବ୍ୟକ୍ତି ରହିଛନ୍ତି।