ପୁର୍ବ ଜନ୍ମର କର୍ମାନୁସାରେ ଆମକୁ ସନ୍ତାନ, ମାତା-ପିତା, ଭାଇ-ଭଉଣୀ, ପତି-ପତ୍ନୀ, ପ୍ରେମୀ-ପ୍ରେମିକା, ମିତ୍ର-ଶତ୍ରୁ, ବଂଧୁଜନ ଓ ସମ୍ବନ୍ଧୀ ଇତ୍ୟାଦି ସଂସାରରେ ଯେତେ ସବୁ ସଂପର୍କ ରହିଛି ତାହା ଆମକୁ ମିଳିଥାନ୍ତି। ଏମାନେ ସମସ୍ତେ ପରସ୍ପର ଠାରୁ କିଛି ପୂର୍ବ ଜନ୍ମରେ ଦେଇଥାଆନ୍ତି ବା ସେମାନଙ୍କଠାରୁ କିଛି ଆଣିଥାଆନ୍ତି।ଆମେ ଏଠାରେ ଜାଣିବା ଆମ ସନ୍ତାନ ମାନଙ୍କ ସମ୍ପର୍କରେ।
ସନ୍ତାନ ରୁପରେ କିଏ ଆସିଥାଏ?
ଏମିତି ତ ସନ୍ତାନ ରୁପରେ ଆମର କୌଣସି ପୁର୍ବଜନ୍ମର ସମ୍ବନ୍ଧୀ ଆସି ଜନ୍ମ ନେଇଥାଏ । ଯାହା କି ଶାସ୍ତ୍ରାନୁଯାୟୀ ଚାରି ପ୍ରକାରର କୁହାଯାଇଛି।
୧- ୠଣାନୁବନ୍ଧ-ସନ୍ତାନ :- ପୁର୍ବଜନ୍ମରେ କେହି ଏପରି ଜୀବ ଯାହାଠାରୁ ଆପଣ ଋଣ ନେଇଥାନ୍ତି ବା କୌଣସି ପ୍ରକାରର ତାର ଧନନଷ୍ଟ କରିଥାନ୍ତି, ସେ ଆପଣଙ୍କ ଘରେ ସନ୍ତାନ ହୋଇ ଜନ୍ମ ନେଇଥାଏ। ଏବଂ ଆପଣଙ୍କ ଧନ ରୋଗରେ ବା ବ୍ଯର୍ଥ କାର୍ଯ୍ୟରେ ସେହି ପର୍ଯ୍ୟନ୍ତ ନଷ୍ଟକରିବ,ଯେଉଁ ପର୍ଯ୍ୟନ୍ତ ତାର ହିସାବ ବରାବର ନ ହୋଇଛି
୨- ଶତ୍ରୁପୁତ୍ର-ସନ୍ତାନ :- ପୁର୍ବ ଜନ୍ମର କୌଣସି ଶତ୍ରୁ ଆପଣଙ୍କ ସହ ପ୍ରତିଶୋଧ ନେବା ପାଇଁ ଆପଣଙ୍କ ଘରେ ପୁତ୍ର ରୂପରେ ଜନ୍ମ ନେଇଥାଏ। ବଡ ହେଲାପରେ ମାତା ପିତାଙ୍କ ସହ ମାରପିଟ୍, ଝଗଡା ବା ଶେଷ ଜୀବନ ପର୍ଯ୍ୟନ୍ତ ଯେ କୌଣସି ପ୍ରକାରର କଷ୍ଟ ଦେଇଥାଏ। ସବୁବେଳେ କଷ୍ଟକର କଥା କହି ବେଇଜ୍ଜତ କରିଥାଏ ଓ ସେମାନଙ୍କୁ ଦୁଃଖ ଦେଇ ସୁଖ ଅନୁଭବ କରିଥାଏ।
୩- ଉଦାସୀନ-ସନ୍ତାନ :- ଏହି ପ୍ରକାରର ସନ୍ତାନ ନା ସେମାନେ ମାତା-ପିତାଙ୍କ ସେବା କରିଥାଏ ନା କୌଣସି ସୁଖ ଦେଇଥାଏ । ବାସ୍, ସେମାନେ ମାତା- ପିତାଙ୍କୁ ସେମାନଙ୍କ ଅବସ୍ଥାରେ ମୃତ୍ଯୁ ପର୍ଯ୍ୟନ୍ତ ଛାଡିଦେଇଥାନ୍ତି ଓ ବିବାହ, ପରେ ମାତା-ପିତାଙ୍କଠାରୁ ଅଲଗା ହୋଇଯାଇଥାନ୍ତି।
୪- ସେବକ-ସନ୍ତାନ :- ପୁର୍ବଜନ୍ମରେ ଯଦି ଆପଣ କାହାର ସେବା କରିଥାନ୍ତି ତେବେ ସେ ତା’ର ଋଣ ପରିଶୋଧ କରିବା ପାଇଁ ଆପଣଙ୍କ ପୁତ୍ର ବା ପୁତ୍ରି ହୋଇ ଆସିଥାଏ ଏବଂ ଆପଣଙ୍କ ସେବା କରିଥାଏ। ନିଜର ମା ବାପାଙ୍କ ସେବା ନ କରୁଥିଲେ ଆପଣଙ୍କ ସନ୍ତାନ ବୃଦ୍ଧ ସମୟରେ ସେବା କରିବ, ନହେଲେ ପାଣି ଟିକେ ଦେବାପାଇଁ କେହି ନ ଥିବେ।
ଆପଣ ଏହା ଭାବନ୍ତୁନି ଯେ ଏହା କେବଳ ମନୁଷ୍ୟ ପାଇଁ ଲାଗୁହୋଇଥାଏ। ଏହି ଚାରିପ୍ରକାରର କୌଣସି ଜୀବ ମଧ୍ୟ ସନ୍ତାନ ରୂପରେ ଆସିଥାଏ।
*ଯେପରି ଯଦି ଗାଇକୁ ଆପଣ ନିଃସ୍ବାର୍ଥ ଭାବରେ ସେବା କରିଥାନ୍ତି ତେବେ ସେ ପୁତ୍ର ବା ପୁତ୍ରି ହୋଇ ଆପଣଙ୍କ ଘରେ ଜନ୍ମ ନେଇଥାଏ।
*ଯଦି ଆପଣ ଗାଇକୁ ସ୍ବାର୍ଥବଶତଃ କ୍ଷୀର ଦେବା ବନ୍ଦ କଲାପରେ ତାକୁଘରୁ ବାହାର କରିଦେଇ ଥାନ୍ତି ତେବେ ଋଣାନୁବନ୍ଧ ପୁତ୍ର ବା ପୁତ୍ରି ହୋଇ ସେ ଜନ୍ମ ନେଇଥାଏ
*ଯଦି ଆପଣ କୌଣସି ନିରପରାଧ ଜୀବକୁ କଷ୍ଟ ଦେଇଥାନ୍ତି, ତେବେ ସେ ଆପଣଙ୍କର ଶତ୍ରୁ ହୋଇ ଜନ୍ମ ନେଇଥାଏ ଏବଂ ପ୍ରତିଶୋଧ ନେଇଥାଏ।
ଯେଉଁ ଅବିନାଶୀ ଈଶ୍ୱର ନିଜ ଖୁସି ନିମନ୍ତେ ଏହି ଜଗତ୍ ଗଢ଼ନ୍ତି, ପାଳନ୍ତି ଓ ନଷ୍ଟ ବି କରିଦିଅନ୍ତି, ଏହା ହେଉଛି ସେହି ପ୍ରଭୁଙ୍କର ଏକ ଖେଳମାତ୍ର । ସେ ଏହି ଚରାଚର ଜଗତକୁ ଦଣ୍ଡ କିମ୍ବା ପୁରସ୍କାର ଦେବାକୁ ସମର୍ଥ । ଭାଗ୍ୟ ଯଦି ଅନୁକୂଳ, ତେବେ ରାସ୍ତାରେ ଖସିପଡ଼ିଥିବା ବସ୍ତୁ ମଧ୍ୟ ସେହିପରି ପଡ଼ିରହେ; କିନ୍ତୁ ଭାଗ୍ୟ ପ୍ରତିକୂଳ ହୋଇଗଲେ, ଗନ୍ତାଘରେ ସାଇତି ରଖିଥିବା ବସ୍ତୁ ମଧ୍ୟ ହଜିଯାଏ । କେହି ସାହାଭରସା ନ ଥିଲେ ମଧ୍ୟ, ଦୈବର ଦୟାଦୃଷ୍ଟି ରହିଥିଲେ, ଜୀବ ଘୋର ବନରେ ବି ବହୁଦିନ ବଞ୍ଚିରହେ; କିନ୍ତୁ ଦୈବ ବିପରୀତ ହୋଇଗଲେ, ଘରେ ସୁରକ୍ଷିତ ହୋଇ ରହିଥିବା ମଣିଷ ମଧ୍ୟ ମରିଯାଏ
“ଗୀତା” ରେ ଈଶ୍ବରଙ୍କୁ ପାଇବା ପାଇଁ ଦୁଇଟି ମାର୍ଗ କଥା କୁହା ଯାଇଛି । ଜ୍ଞାନ ମାର୍ଗରେ ଈଶ୍ବରଙ୍କୁ ପାଇହେବ । କିନ୍ତୁ ଯେଉଁମାନେ ଜ୍ଞାନମାର୍ଗ ଜାଣିଯିବା ପରେ କର୍ମ ମାର୍ଗରେ ଭକ୍ତିକୁ ଆପଣେଇଥାନ୍ତି ସେମାନେ ଈଶ୍ବରଙ୍କୁ ପାଇବା ପାଇଁ ବେଶି କଷ୍ଟ କରିବାକୁ ପଡେ ନାହିଁ । କାରଣ ସେମାନେ ସାଧନାରେ ଭୁଲ୍ କରନ୍ତି ନାହିଁ । ସତ୍ୟକୁ ଜାଣିବା ପାଇଁ ଜ୍ଞାନର ଯେତିକି ଆବଶ୍ୟକତା ରହିଛି ଭକ୍ତିର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଯେଉଁମାନେ ଜ୍ଞାନ ଓ କର୍ମକୁ ଈଶ୍ବରଙ୍କୁ ପାଇବା ପାଇଁ ବ୍ୟବହାର କରନ୍ତି ସେମାନେ ଯଥାର୍ଥ ତତ୍ତ୍ବକୁ ଜାଣିପାରନ୍ତି II
ତିନି ପ୍ରକାରର କର୍ମ ଈଶ୍ୱରଙ୍କଠାରେ ପହଞ୍ଚି ପାରେ ଓ ତା’ଙ୍କ ଅନୁଗ୍ରହ ଅର୍ଜନ କରିପାରେ- ବ୍ୟକ୍ତିଗତ କାମନା ଦ୍ୱାରା ପ୍ରଣୋଦିତ ହୋଇ ନ ଥିବା କର୍ମ, ନିଃସ୍ୱାର୍ଥପର ପ୍ରେମରୁ ଜାତ କର୍ମ ଏବଂ ନିର୍ମଳ ହୃଦୟରୁ ଜାତ ପ୍ରାର୍ଥନା । ଯେଉଁ ପ୍ରାର୍ଥନା ସ୍ୱାର୍ଥଶୂନ୍ୟ, ପ୍ରେମପୂର୍ଣ୍ଣ ଓ ପାର୍ଥିଵ ବସ୍ତୁ ପ୍ରତି ଆସକ୍ତି ରହିତ ହେବା ଦରକାର।
ମନୁଷ୍ୟ ଯେତେ ଚାଲାକ ହୋଇଥାଉ ପଛେ, ସେ କରୁଥିବା କର୍ମ ସ୍ବୟଂ ଜାଣିଥାଏ। ତେଣୁ ସେ ସମସ୍ତଙ୍କ ହାତରୁ ଖସି ଗଲେ ମଧ୍ୟ ନିଜେ ନିଜକୁ କ୍ଷମା କରି ପାରେ ନାହିଁ।