କୋରୋନା ସଂକ୍ରମଣ ହ୍ରାସ ,ଦିନକରେ ୩୧୬ ନୂଆ ଆକ୍ରାନ୍ତ | News Room Odisha

କୋରୋନା ସଂକ୍ରମଣ ହ୍ରାସ ,ଦିନକରେ ୩୧୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୧୬ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୮୬ ଓ ସ୍ଥାନୀୟ ଅଂଚଳରୁ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୫୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୩୨, ମୟୂରଭଞ୍ଜରୁ ୨୮, ବଲାଙ୍ଗିରରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡାରୁ ୮, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୬, ଗଞ୍ଜାମରୁ ୪, ଢେଙ୍କାନାଳରୁ ୪, ଜଗତସିଂହପୁରରୁ ୪, ବାଲେଶ୍ୱରରୁ ୩, ନୟାଗଡରୁ ୩, ପୁରୀରୁ ୨, ଝାରସୁଗୁଡାରୁ ୨, ଭଦ୍ରକରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ମାଲକାନଗିରିରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୧ ହଜାର ୭୭୩ ଜଣ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏଥିମଧ୍ୟରୁ ସୁସ୍ଥ ହୋଇସାରିଛନ୍ତି ୧୦ ଲକ୍ଷ ୨୯ ହଜାର ୧୪୭ । ସକ୍ରିୟ ମାମଲା ସଂଖ୍ୟା ରହିଛି ୪ ହଜାର ୩୨୭ ।

COVID-19