ବହିଷ୍କୃତ କୁବେର କନେଷ୍ଟବଳଙ୍କ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି | News Room Odisha

ବହିଷ୍କୃତ କୁବେର କନେଷ୍ଟବଳଙ୍କ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି

ଭୁବନେଶ୍ୱର- ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ମୋଟ ଆୟବହିର୍ଭୂତ ସଂପତ୍ତି ର ମୂଲ୍ୟାୟନ କରିଛି ଭିଜିଲାନ୍ସ ବିଭାଗ । କୁବେର କନେଷ୍ଟବଳଙ୍କ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ପ୍ରସନ୍ନ ନିଜ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି ଠୁଳ କରିଥିବା ସୂଚନା ମିଳିଛି । ତେବେ, ଏତେ ପରିମାଣର ସଂପତ୍ତି ଠୁଳ ବାବଦରେ ବହିଷ୍କୃତ କନେଷ୍ଟବଳ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ଗତ ସପ୍ତାହରେ ପ୍ରସନ୍ନ ବେହେରାଙ୍କ ଭୁବନେଶ୍ୱର ଘର ସମେତ ୫ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ ।